Friday, February 26, 2021 12:36 PM
  • About
  • Advertise
  • Careers
  • Contact
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଓଟିଭି ଛାଡ଼ିଲେ ସାମ୍ବାଦିକ ରମେଶ ରଥ

ସାମ୍ବାଦିକଙ୍କ ସୁରକ୍ଷା ନାରା ଦେଉଥିବା ସଂସ୍ଥାରେ ସାମ୍ବାଦିକ ଅସୁରକ୍ଷିତ!

by Our Correspondent
22 Oct, 2020- 05:07 PM
in Latest News, Media, News
1 min read
0
ଓଟିଭି ଛାଡ଼ିଲେ ସାମ୍ବାଦିକ ରମେଶ ରଥ
Share on FacebookShare on Twitter

ଭୁବନେଶ୍ୱର: ଓଟିଭିକୁ ଭରସା କଲେନି । ମୁହଁ ଫେରାଇନେଲେ ବରିଷ୍ଠ ସାମ୍ବାଦିକ ରମେଶ ରଥ । କେନ୍ଦୁଝର ସାଂସଦ ଚନ୍ଦ୍ରାଣୀ ମୁର୍ମୁଙ୍କ ମିଛ ଅଶ୍ଲୀଳ ଭିଡ଼ିଓ ଭାଇରାଲ୍ ମାମଲାରେ ଫସିଥିବା ରମେଶ ଓଟିଭିରୁ ଚାକିରି ଛାଡ଼ିଛନ୍ତି । ମଙ୍ଗଳବାର ସଂଧ୍ୟାରେ ସେ ତାଙ୍କର ଇସ୍ତଫାପତ୍ର ଏଚଆର୍ ଙ୍କ ପାଖକୁ ପଠାଇ ଦେଇଛନ୍ତି । କେଉଁ ପରିସ୍ଥିତି ପାଇଁ ଓଟିଭିରୁ ଚାକିରି ଛାଡ଼ିବାକୁ ପଡ଼ିଲା ସେ ସମ୍ପର୍କରେ ରମେଶଙ୍କ ପ୍ରତିକ୍ରିୟା ମିଳି ନ ଥିଲେ ମଧ୍ୟ ଏହା ସଂସ୍ଥାର ବିଶ୍ୱାସନୀୟତା ଉପରେ ପ୍ରଶ୍ନଚିହ୍ନ ଲଗାଇଛି । ଓଟିଭି ମାଲିକ ଜାଗୀ ପଣ୍ଡା ଓ ବୈଜୟନ୍ତ ପଣ୍ଡାଙ୍କ ସମସ୍ୟାକୁ ଏହା ଅଧିକ ଜଟିଳ କରିଛି ।

ରମେଶ ରଥଙ୍କ ନିକଟତମ ମହଲରୁ ମିଳିଥିବା ସୂଚନା ଅନୁଯାୟୀ, ଓଟିଭି ଯେ ତାଙ୍କୁ ସୁରକ୍ଷା ଦେବନାହିଁ ଏହା ରମେଶ ଭଲଭାବେ ହୃଦୟଙ୍ଗମ କରିଛନ୍ତି । ମାଲିକଙ୍କ ସ୍ୱାର୍ଥରକ୍ଷା ଓ ରାଜନୈତିକ ଫନ୍ଦିଫିକରରେ ସେ ପେଶି ହେବାକୁ ଚାହିଁନାହାନ୍ତି ।

କେନ୍ଦୁଝର ସାଂସଦଙ୍କର ମିଛ ଭିଡ଼ିଓ ଭାଇରାଲ୍ ମାମଲାରେ ପୁଲିସ ତାଙ୍କୁ ପଚରାଉଚୁରା କରିବା ଘଟଣା ପରେ ଓଟିଭି ଓ ବୈଜୟନ୍ତ ପଣ୍ଡାଙ୍କ ଭୂମିକା ସନେ୍ଦହଘେରକୁ ଆସିଛି । ସାମ୍ବାଦିକଙ୍କୁ ସୁରକ୍ଷା ଦେବା ଆଳରେ ବୈଜୟନ୍ତ ଏହି ଖବରକୁ ଜାତୀୟସ୍ତରର ଦୃଷ୍ଟି ଆକର୍ଷଣ କରିବା ଏବଂ ଓଡ଼ିଶାକୁ ପାକିସ୍ଥାନ ସହ ତୁଳନା କରିବା ପଛରେ ତାଙ୍କ ନିଜର ନ୍ୟସ୍ତସ୍ୱାର୍ଥ ରହିଛି । ଏହାଦ୍ୱାରା ରମେଶଙ୍କ ଭାବମୂର୍ତ୍ତି ବରଂ ଅଧିକ ଅଧିକ କ୍ଷତିଗ୍ରସ୍ତ ହୋଇଛି । ଅତୀତରେ ଓଟିଭି ତାର କୌଣସି କର୍ମଚାରୀଙ୍କୁ ସୁରକ୍ଷା ଦେବାର ନଜିର ନ ଥିବାରୁ ରମେଶଙ୍କ କ୍ଷେତ୍ରରେ ଆଶା କରିବା ବୃଥା ବୋଲି ତାଙ୍କର ଜଣେ ବନ୍ଧୁ କହିଛନ୍ତି ।

ରମେଶ ଓଟିଭିରୁ ଖାଲି ଚାକିରି ଛାଡ଼ିନାହାନ୍ତି, ସବୁଦିନ ପାଇଁ ସାମ୍ବାଦିକତାରୁ ସନ୍ୟାସ ନେବାକୁ ନିଷ୍ପତ୍ତି ନେଇଥିବା ତାଙ୍କର ଏହି ନିକଟତମ ମହଲରୁ ଜଣାପଡ଼ିଛି । ଏବେ ଓକିଲାତି କରି ପରିବାରର ପେଟ ପୋଷିବାକୁ କୁଆଡ଼େ ମନସ୍ଥ କରିଛନ୍ତି ।

ଏହାପୂର୍ବରୁ ରାଜଧାନୀ ନାବାଳିକା ନାବାଳିକା ଗଣଦୁଷ୍କର୍ମ ମାମଲାରେ ତଦନ୍ତ ପରିସରକୁ ଆସିଥିବା ଓଟିଭି ଆଭ୍ୟନ୍ତରୀଣ ବିଶାଖା କମିଟି ମୁଖ୍ୟ ତଥା ସଂସ୍ଥାର ଇଂରାଜୀ ପୋର୍ଟାଲ୍ ମୁଖ୍ୟ କସ୍ତୁରୀ ରାୟ ଚାକିରି ଛାଡ଼ି ଏକ ଜାତୀୟ ଇଂରାଜୀ ଖବରକାଗଜରେ ଯୋଗ ଦେଇଛନ୍ତି । ଓଟିଭିରୁ ସେ ଚାକିରି ଛାଡ଼ିବା ପଛରେ ବିଭିନ୍ନ କଥା ଆଲୋଚନା ହେଉଛି । ତେବେ ତାଙ୍କ ମୁହଁରୁ କୌଣସି ପ୍ରତିକ୍ରିୟା ଆସି ନ ଥିବାରୁ ତାହା ଉପରେ ଅଧିକ ଚର୍ଚ୍ଚା କରିବା ଠିକ୍ ନୁହେଁ । ମାତ୍ର ଏହା ସ୍ପଷ୍ଟ ଯେ ଓଟିଭି ମ୍ୟାନଜେମେଣ୍ଟ ଉପରେ ଅସନ୍ତୁଷ୍ଟ ହେବାରୁ ଚାକିରି ଛାଡ଼ିଛନ୍ତି ।

କିଛି ବରିଷ୍ଠ ସାମ୍ବାଦିକ ନିଜ ଓଟିଭି ଅଭିଜ୍ଞତାରୁ କହିଛନ୍ତି ଏଠାରେ ସାମ୍ବାଦିକଙ୍କୁ ସଂସ୍ଥା କେବେ ବି ସୁରକ୍ଷା ଦେଇନାହିଁ । ଚାନେଲ୍ ର ପ୍ରଥମ ସମ୍ପାଦକ ସୁତନୁ ଗୁରୁଙ୍କଠାରୁ ଆରମ୍ଭ କରି ସୀମାଞ୍ଚଳ ପାତ୍ର କେହି ସୁରକ୍ଷା ପାଇନାହାନ୍ତି । ସାଂସଦ ଚନ୍ଦ୍ରାଣୀ ମୁର୍ମୁଙ୍କ ମିଛ ଅଶ୍ଲୀଳ ଭିଡ଼ିଓ ମାମଲାରେ ସୀମାଞ୍ଚଳକୁ କେନ୍ଦୁଝର ପୁଲିସ ଗିରଫ କରିଥିଲା । ନିଜ ସଂସ୍ଥାର ସମର୍ଥନରେ ସୀମାଞ୍ଚଳ ଏଭଳି କାର୍ଯ୍ୟ କରିଥିବା ପୁଲିସ ଆଗରେ ସ୍ୱୀକାର କରିଥିବା କୁହାଯାଉଛି । ମାତ୍ର ସେ ଜେଲ୍ ରୁ ଫେରିବା ପରେ ଓଟିଭିରେ ତାଙ୍କର ଚାକିରି ନ ଥିଲା । ଢ଼ାଲ କୁ ଢ଼ୋଲ କରିଦିଆଗଲା ।

ସୀମାଞ୍ଚଳଙ୍କ ବୟାନ ଭିତ୍ତିରେ ବରିଷ୍ଠ ସାମ୍ବାଦିକ ରମେଶ ରଥ ଏବେ ପୋଲିସ ଜାଲରେ ପଡ଼ିଛନ୍ତି । ତେବେ ରମେଶଙ୍କୁ ଭଲ ଭାବେ ଜାଣିଥିବା ସାମ୍ବାଦିକ ବନ୍ଧୁମାନେ ଏଭଳି ଏକ ଜଘନ୍ୟ ମାମଲାରେ ତାଙ୍କର ସଂପୃକ୍ତିକୁ ବିଶ୍ୱାସ କରୁନାହାନ୍ତି । ରାଜ୍ୟ ସରକାର ଓ ବୈଜୟନ୍ତ ପଣ୍ଡା ବିବାଦରେ ସେ ଟାଣି ହୋଇଯାଇଥିବା କହୁଛନ୍ତି । ରମେଶଙ୍କ କଟା ଘା’ ରେ ଆଉ କେହି ନୁହଁନ୍ତି, ଖୋଦ୍ ଓଟିଭି ଓ ବୈଜୟନ୍ତ ପଣ୍ଡା ଚୂନ ମାରୁଛନ୍ତି ବୋଲି ସଂପୃକ୍ତ ସାମ୍ବାଦିକମାନେ ମତ ଦେଇଛନ୍ତି ।

ସୂଚନାଯୋଗ୍ୟ, କିଛି ବର୍ଷ ତଳେ ଏକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଓଟିଭିର ବରିଷ୍ଠ ସାମ୍ବାଦିକ ବିଭୂତି ରଥ ବୈଜୟନ୍ତ ପଣ୍ଡାଙ୍କର ଡାହାଣ ହାତ ଥିଲେ । ୨୦୦୯ ମସିହାରେ କେନ୍ଦ୍ରାପଡ଼ାରେ ପ୍ରଥମ ଥର ସାଂସଦ ଛିଡ଼ା ହୋଇଥିବା ବୈଜୟନ୍ତଙ୍କର ଲୋକସମ୍ପର୍କ ବଢ଼ାଇବା ପଛରେ ବିଭୂତି ହିଁ ଥିଲେ ମୂଳ ବିନ୍ଧାଣୀ । ଖାଲି କେନ୍ଦ୍ରାପଡ଼ା ନୁହେଁ, ବୈଜୟନ୍ତଙ୍କ ପାଇଁ ସାରା ରାଜ୍ୟ ବୁଲି ସେ ସଂଗଠନ କରୁଥିଲେ ।

ଏହି କାର୍ଯ୍ୟରେ ରାଉରକେଲା ଯାଉଥିବା ବେଳେ ଅନୁଗୁଳ ନିକଟରେ ଦୁର୍ଘଟଣାର ଶିକାର ହୋଇଥିଲେ । ଦୀର୍ଘ ୨୧ ଦିନ ଧରି କଳିଙ୍ଗ ହସ୍ପିଟାଲ୍ ରେ ମୃତ୍ୟୁ ସହ ସଂଗ୍ରାମ କରିଥିଲେ । ତାଙ୍କୁ ଦିଲ୍ଲୀ ଏମସ୍ ନେଇଯିବାକୁ ଡାକ୍ତରମାନେ ପରାମର୍ଶ ଦେଇଥିଲେ । ଏଥିପାଇଁ ବିଭୂତିଙ୍କ ବନ୍ଧୁମାନେ ବୈଜୟନ୍ତଙ୍କ ସହଯୋଗ ଲୋଡିଥିଲେ । ବହୁତ ଅନୁରୋଧ ପରେ ବୈଜୟନ୍ତ ଥରୁଟିଏ କଳିଙ୍ଗ ହସ୍ପିଟାଲ୍ ଆସି ବିଭୂତିଙ୍କୁ ଦେଖିଥିଲେ । ଏମସ୍ ପଠାଇବାର ବ୍ୟବସ୍ଥା କରୁଛି ବୋଲି ପ୍ରତିଶ୍ରୁତି ଦେଇ ଗଲେ । ମାତ୍ର ତା’ପରେ ଆଉ ଫୋନ୍ ଉଠାଇଲେନି । ଏହାର ୧୦ ଦିନ ପରେ ବିଭୂତି ଆରପାରିକୁ ଚାଲିଗଲେ ।

Previous Post

RCB beat KKR by 8 Wickets

Next Post

SRH beat RR by 8 Wickets

Next Post
SRH beat CSK by 7 Runs

SRH beat RR by 8 Wickets

Leave a Reply Cancel reply

Your email address will not be published. Required fields are marked *

RECOMMENDED NEWS

ଆଲୁଅରେ ଆସିଥିଲେ, ଅନ୍ଧାରରେ ଯିବେ

ଆଲୁଅରେ ଆସିଥିଲେ, ଅନ୍ଧାରରେ ଯିବେ

2 years ago

ତାରାଙ୍କ ସମର୍ଥନରେ ନିରଞ୍ଜନ-ଜୟଦେବ !

6 months ago
ବନ୍ଧାହେଲେ ଲାଞ୍ଚୁଆ ଆଇଏଏସ୍ ବାବୁ

ବନ୍ଧାହେଲେ ଲାଞ୍ଚୁଆ ଆଇଏଏସ୍ ବାବୁ

1 year ago
ହକି ଇଣ୍ଡିଆ ସଭାପତିଙ୍କ ଅନୁରୋଧ ରହିଲା; ଶାହାରୁଖଙ୍କୁ ବିରୋଧ କରିବନି କଳିଙ୍ଗସେନା

ହକି ଇଣ୍ଡିଆ ସଭାପତିଙ୍କ ଅନୁରୋଧ ରହିଲା; ଶାହାରୁଖଙ୍କୁ ବିରୋଧ କରିବନି କଳିଙ୍ଗସେନା

2 years ago
  • 1.3k Fans

BROWSE BY CATEGORIES

  • blog
  • Breaking News
  • Business & Economy
  • Crime
  • Editors Pick
  • Entertainment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week

BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ଗଣଦୁଷ୍କର୍ମ ମାମଲା ଚାପିଦେବାକୁ ଚାହିଁଥିଲେ ଓଟିଭି ଏମଡି ଜାଗୀ ପଣ୍ଡା!

    ଗଣଦୁଷ୍କର୍ମ ମାମଲା ଚାପିଦେବାକୁ ଚାହିଁଥିଲେ ଓଟିଭି ଏମଡି ଜାଗୀ ପଣ୍ଡା!

    2971 shares
    Share 1188 Tweet 743
  • ଅର୍ଗସ୍ ରୁ ତଡା ଖାଇଲେ ବିଭୂ ରଥ

    1638 shares
    Share 655 Tweet 410
  • ଓଟିଭି ଛାଡ଼ିଲେ ସାମ୍ବାଦିକ ରମେଶ ରଥ

    1349 shares
    Share 540 Tweet 337
  • ଡିଜିପିଙ୍କ ବାଟ ଓଗାଳିବାକୁ ପଣ୍ଡା କମ୍ପାନୀର ଚାଲ୍!

    1187 shares
    Share 475 Tweet 297
  • ସମ କୋଭିଡ ହସ୍ପିଟାଲ ଡାକ୍ତରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

    1143 shares
    Share 457 Tweet 286
Mid Day Odisha

MiddayOdisha fills a gap in local media for the numerous speakers living and visiting Odisha and outside Odisha.

Follow us on social media:

WordPress YouTube plugin

Category

  • blog
  • Breaking News
  • Business & Economy
  • Crime
  • Editors Pick
  • Entertainment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020 MIDDAY ODISHA