ଭୁୁବନେଶ୍ୱର: ଆଜି ୨୬ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୧୩୮୪ କରୋନା ଆକ୍ରାନ୍ତ । ୮୭୩ କ୍ୱାରେଣ୍ଟାଇନ୍ କେନ୍ଦ୍ରରୁ ଏବଂ ୫୧୧ ସ୍ଥାନୀୟ ସଂକ୍ରମିତ ଅଛନ୍ତି । ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୩୩୧ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରୁ ୨୧୧, ସମ୍ବଲପୁରରୁ ୯୩, କଟକରୁ ୮୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଏଥିସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୬,୨୯୭ କୁ ବୃଦ୍ଧି ପାଇଛି । ୨୧,୯୫୫ ସୁସ୍ଥ ହୋଇସାରିଛନ୍ତି । ଆକ୍ଟିଭ୍ ଆକ୍ରାନ୍ତ ହେଉଛନ୍ତି୧୪,୦୯୪ । କେବଳ ଗଞ୍ଜାମ ଜିଲ୍ଲାରୁ ୧୧,୩୨୩ ଆକ୍ରାନ୍ତ ଚିହ୍ନଟ ହୋଇଥିଲା ବେଳେ ଖୋର୍ଦ୍ଧାରୁ ୪,୯୧୪ ଏବଂ କଟକ ଜିଲ୍ଲାରୁ ୨,୩୩୭ ଆକ୍ରାନ୍ତ ଚିହ୍ନଟ ହେଲେଣି ।
ଅନ୍ୟପକ୍ଷରେ ଆଉ ୧୦ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହେବା ସହ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୨୦୭ କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟାରେ ଗଞ୍ଜାମ ଓ ରାୟଗଡ଼ାରୁ ୩ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଗଜପତିରୁ ୨ ଏବଂ କଳାହାଣ୍ଡି ଓ ଖୋର୍ଦ୍ଧା ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । କେବଳ ଗଞ୍ଜାମରୁ ଏ ପର୍ଯ୍ୟନ୍ତ ୧୦୬ ଜଣଙ୍କର ମୃତ୍ୟୁ ହେଲାଣି । ଖୋର୍ଦ୍ଧାରୁ ୨୯, ଗଜପତିରୁ ୧୩ ଏବଂ କଟକରୁ ୧୧ ଜଣଙ୍କର ମୃତ୍ୟୁ ହୋଇଛି ।
ଆଜି କେଉଁ ଜିଲ୍ଲାରୁ କେତେ ଆକ୍ରାନ୍ତ
ଅନୁଗୁଳ-୧୩, ବାଲେଶ୍ୱର-୭୯, ବରଗଡ଼-୩୩, ଭଦ୍ରକ-୨୫, ବଲାଙ୍ଗୀର-୫୧, କଟକ-୮୯, ଢ଼େଙ୍କାନାଳ-୧୧, ଗଜପତି-୬୧, ଗଞ୍ଜାମ-୩୩୧, ଜଗତସିଂହପୁର-୨୨, ଯାଜପୁର-୧୮, ଝାରସୁଗୁଡ଼ା-୭, କଳାହାଣ୍ଡି-୪, କେନ୍ଦ୍ରାପଡ଼ା-୧୧, ଖୋର୍ଦ୍ଧା-୨୧୧, କୋରାପୁଟ-୯୭, ମାଲକାନଗିରି-୩୯, ମୟୁରଭଞ୍ଜ-୨୯, ନବରଙ୍ଗପୁର-୨୬, ନୟାଗଡ଼-୨୨, ନୂଆପଡ଼ା-୫,ପୁରୀ-୧୭, ରାୟଗଡ଼ା-୩୮, ସମ୍ବଲପୁର-୯୩, ସୋନପୁର-୬, ସୁନ୍ଦରଗଡ଼-୪୬ ।