ଭୁୁବନେଶ୍ୱର: ସ୍ପେଶାଲ୍ ଟାକ୍ସ ଫୋର୍ସ(ଏସଟିଏଫ୍)ର ଆଇଜି ଭାବେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି ଯତୀନ୍ଦ୍ର କୋୟଲ୍ । ସେ କାର୍ଯ୍ୟଭାର ଗ୍ରହଣ କଲା ପରେ ବିଭାଗୀୟ ଅଧିକାରୀ ଓ କର୍ମଚାରୀମହଲରେ ଆନନ୍ଦ ପ୍ରକାଶ ପାଇଛି । ଜଣେ ନିର୍ବିବାଦୀୟ, ସଚ୍ଚୋଟ ଓ ଅତ୍ୟନ୍ତ ଦକ୍ଷ ଅଫିସର ହିସାବରେ ତାଙ୍କର ସୁଖ୍ୟାତି ରହିଛି । ଏସଟିଏଫ୍ କୁ ତାଙ୍କର ନେତୃତ୍ୱ ଆହୁରି ଶକ୍ତିଶାଳୀ କରିବ ବୋଲି ବିଭାଗୀୟ ଅଧିକାରୀମାନେ ଆଶାପ୍ରକାଶ କରିଛନ୍ତି ।
୨୦୦୦ ମସିହା ବ୍ୟାଚ୍ ର ଆଇପିଏସ୍ ଅଧିକାରୀ ଶ୍ରୀ କୋୟଲ୍ ଅତୀତରେ କେନ୍ଦୁଝର ଓ କନ୍ଧମାଳ ଏସପି ଭାବେ କାର୍ଯ୍ୟ କରି ଜନସାଧାରଣଙ୍କ ବେଶ୍ ପ୍ରିୟଭାଜନ ହୋଇଥିଲେ । ବିଭିନ୍ନ ସମୟରେ କ୍ରାଇମବ୍ରାଞ୍ଚ, ସ୍ପେଶାଲ୍ ବ୍ରାଞ୍ଚ ଏବଂ ସିବିଆଇ ଏସପି ଭାବେ ମଧ୍ୟ ତାଙ୍କର ଯଥେଷ୍ଟ ସୁନାମ ଥିଲା । ପରବର୍ତ୍ତୀ ସମୟରେ ସିବିଆଇ ଡିଆଇଜି ଓ ତାଳଚେର ରେଂଜ୍ ଡିଆଇଜି ଭାବେ ତାଙ୍କର କାର୍ଯ୍ୟ ମଧ୍ୟ ବେଶ୍ ପ୍ରଶଂସନୀୟ । ଏସଟିଏଫ୍ କୁ ବଦଳି ହେବା ପୂର୍ବରୁ ସେ ଭିଜିଲାନସ୍ ଆଇଜି ଭାବେ କାର୍ଯ୍ୟ କରୁଥିଲେ ।