ଭୁବନେଶ୍ୱର: ରାଜ୍ୟର ଚାଷୀମାନଙ୍କ ପାଇଁ ଆଜି ରାଜ୍ୟ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଚାଷୀଙ୍କ ପାଇଁ ‘କାଳିଆ’ ଯୋଜନା ଆରମ୍ଭ ହୋଇଛି । ଏଥିରେ ୧୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ । ରାଜ୍ୟ କ୍ୟାବିନେଟ୍ ରେ ଏ ସଂକ୍ରାନ୍ତୀୟ ନିଷ୍ପତ୍ତି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୦୧୮ ରୁ ୨୦୨୨ ପର୍ଯ୍ୟନ୍ତ ଏହି ଯୋଜନାକୁ କ୍ୟାବିନେଟ୍ ମଂଜୁର କରିଛି । ପରବର୍ତ୍ତୀ ସମୟରେ ଏହାର ନବୀକରଣ କରାଯିବ ।
ଚାଷୀଙ୍କ ଜୀବନଧାରଣ ଓ ଆୟ ବଢ଼ାଇବା ପାଇଁ ‘କାଳିଆ’ ଯୋଜନା ହୋଇଛି । ଏଥିରେ ୩୦ ଲକ୍ଷ ଚାଷୀ ଓ ଭାଗଚାଷୀ ଉପକୃତ ହେବେ । ବିଶେଷ କରି କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଏହି ସ୍କିମ୍ ରେ ବର୍ଷକୁ ମିଳିବ ୧୦ ହଜାର ଟଙ୍କା । ଖରିଫ୍ ଋତୁରେ ୫ ହଜାର ଓ ରବି ଋତୁରେ ୫ ହଜାର ଟଙ୍କା ଦିଆଯିବ । ସେଥିରେ ବିହନ, ସାର ଓ କୀଟନାଶକ କିଣିବେ ଚାଷୀ । ଜୀବିକା ନିର୍ବାହ ପାଇଁ ୭ ଟି କ୍ଷେତ୍ରରେ ପ୍ରୋତ୍ସାହନ ଦିଆଯିବ । ଭୂମିହୀନ ଚାଷୀଙ୍କୁ ଛେଳି,ଛତୁ, କୁକୁଡ଼ା, ମାଛ ଚାଷ ପାଇଁ ପ୍ରୋତ୍ସାହନ ଦିଆଯିବ । ସେଥିପାଇଁ ସରକାର ତାଲିମ ଦେବେ । ପରିବାର ପିଛା ୧୨,୫୦୦ ଟଙ୍କା ଦିଆଯିବ । ୧୦ ଲକ୍ଷରୁ ଅଧିକ ପରିବାର ଏଥିରେ ଉପକୃତ ହେବେ । ୩ ବର୍ଷରେ ସେଥିପାଇଁ ଖର୍ଚ୍ଚ ହେବ ୧୨ ହଜାର ୫୦ କୋଟି । ୫୦% ଭୂମିହୀନ ଚାଷୀଙ୍କୁ ପ୍ରାଥମିକତା ଦିଆଯିବ । ସେଥିପାଇଁ ସରକାର ଖର୍ଚ୍ଚ କରିବେ ୧ ହଜାର କୋଟି ଟଙ୍କା । ଚାଷ ଓ ଚାଷ ଉପକରଣ ଲାଗି ୫ ଲକ୍ଷ ଭୂମିହୀନ ଚାଷୀଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ଦିଆଯିବ ।
ଆଜି ମୁଖ୍ୟମନ୍ତ୍ରୀ ସାମ୍ବାଦିକ ସମ୍ମିଳନୀ କରି ଏ ସମ୍ପର୍କରେ ଘୋଷଣା କରିଥିଲେ । ଚାଷୀକୂଳଙ୍କୁ ମିଛ ପ୍ରତିଶ୍ରୁତି ଦେଇ ପ୍ରତାରଣା କରିଥିବା କଂଗ୍ରେସ ଓ ବିଜେପି ଉପରେ ବର୍ଷିଥିଲେ ମୁଖ୍ୟମନ୍ତ୍ରୀ ।
Very good proposal for the farmers…..