ଭୁବନେଶ୍ୱର: ଧର୍ମାନୁଷ୍ଠାନ ପାଇଁ ପୁଣି ଏକ ବଡ଼ ପ୍ୟାକେଜ୍ । ରାଜ୍ୟର ବିଭିନ୍ନ ଧର୍ମାନୁଷ୍ଠାନକୁ ଆସୁଥିବା ଯାତ୍ରୀଙ୍କ ସୁବିଧା ଲାଗି ୨୩ କୋଟି ମଂଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୩ଟି ମନ୍ଦିର, ମସଜିଦ୍, ଚର୍ଚ୍ଚା ଓ ଗୁରୁଦ୍ୱାର ପାଇଁ ଏକ କୋଟି ଲେଖାଏଁ ଦିଆଯାଇଛି ।
ମନ୍ଦିର: ବରଗଡ଼ର ନୃସିଂହନାଥ ମନ୍ଦିର, ଭଦ୍ରକର ଭଦ୍ରକାଳୀ ମନ୍ଦିର, ବଲାଙ୍ଗୀରର ହରିଶଙ୍କର ମନ୍ଦିର, ବୌଦ୍ଧର ଜଗନ୍ନାଥ ମନ୍ଦିର, ଢ଼େଙ୍କାନାଳ ଜିଲ୍ଲା କପିଳାସର ଚନ୍ଦ୍ରଶେଖର ଜୀଉ ବିଜେ, ଜଗତସିଂହପୁର ଝଙ୍କଡ଼ର ମା’ ଶାରଳା ମନ୍ଦିର, ଯାଜପୁରର ମା’ ବିରଜା ମନ୍ଦିର, କେନ୍ଦୁଝରର ବଳଦେବଜୀଉ ମନ୍ଦିର, କୋରାପୁଟର ଗୁପ୍ତେଶ୍ୱର ମନ୍ଦିର ଓ ନବରଙ୍ଗପୁର ପାପଡହାଣ୍ଡିର ନୀଳକଣ୍ଠେଶ୍ୱର ମନ୍ଦିର ।
ଚର୍ଚ୍ଚ: ବଲାଙ୍ଗୀର ସିଏନଆର ଚର୍ଚ୍ଚ, ଖୋର୍ଦ୍ଧାର ବାପଟଇଷ୍ଟ୍ ଚର୍ଚ୍ଚ, କଟକ ଚାନ୍ଦିନୀଚୌକର ମାଉଣ୍ଟ ହାଉସ୍ ଚର୍ଚ୍ଚ, କଳାହାଣ୍ଡିର ମଳିପଡ଼ାସ୍ଥିତ ଏସଟି ପାଉଲ ପ୍ରୋଟେଷ୍ଟାଣ୍ଟ ଚର୍ଚ୍ଚ ଓ ଭୁବନେଶ୍ୱରର ୟୁନିଟ୍-୪ସ୍ଥିତ ଚର୍ଚ୍ଚ ଅଫ୍ କ୍ରିଷ୍ଟ୍ ।
ମସଜିଦ୍: ପୁରୀର ଜାହାନିଆ ପୀର, ସୋନପୁରର ହାଜିର ଅବଦୁଲ ସକୁର ବାବା ତରଭା ସରିଫ ମସଜିଦ୍, ଭଦ୍ରକ ଜିଲ୍ଲା ଧାମନଗରର ଦରଘା-ଇ-ହଜୁର ମୁଜାହିଦ-ଇ-ମିଲତ, ବାଲେଶ୍ୱରର ବୁଖାରିବାବା ପୀର, ଭୁବନେଶ୍ୱର ୟୁନିଟ୍-୩ସ୍ଥିତ ଜାମା ମସଜିଦ୍ ଓ ଖୋର୍ଦ୍ଧାର କାଇପଦରସ୍ଥିତ ବୁଖାରୀ ପୀର ବାବା ।
ଗୁରୁଦ୍ୱାର: ରାଉରକେଲା ଷ୍ଟେସନ୍ ରୋଡସ୍ଥିତ ଗୁରୁ ସିଂହ ସାହେବ ଗୁରୁଦ୍ୱାର ଓ ପୁରୀର ବଉଳି ମଠ ।