ଭୁବନେଶ୍ୱର: ଓଡ଼ିଶାର ରାଜ୍ୟପାଳ ଭାବେ ଶପଥ ନେଇଛନ୍ତି ସତ୍ୟପାଲ୍ ମଲ୍ଲିକ । ବିହାର ରାଜ୍ୟପାଳ ଥିବା ସତ୍ୟପାଲ୍ ଓଡ଼ିଶାର ରାଜ୍ୟପାଳ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ । ଡ. ଏସ.ସି.ଜମିରଙ୍କ କାର୍ଯ୍ୟକାଳ ଗତକାଲି ସରିଯାଇଥିବାରୁ ସତ୍ୟପାଲ୍ ଙ୍କୁ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ଆଜି ଅପରାହ୍ନରେ ରାଞ୍ଚିରୁ ଆସି ସତ୍ୟପାଲ୍ ଭୁବନେଶ୍ୱରରେ ପହଞ୍ଚିବା ପରେ ସଂଧ୍ୟା ୬ଟାରେ ରାଜଭବନରେ ଶପଥଗ୍ରହଣ କରିଥିଲେ । ହାଇକୋର୍ଟର ମୁଖ୍ୟ ବିଚାରପତି ତାଙ୍କୁ ଶପଥପାଠ କରାଇଥିଲେ ।
ରାମ ନାଥ କୋବିନ୍ଦ ରାଷ୍ଟ୍ରପତି ନିର୍ବାଚିତ ହେବା ପରେ ତାଙ୍କ ସ୍ଥାନରେ ବିହାର ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଥିଲେ ସତ୍ୟପାଲ ମଲ୍ଲିକ । ୨୦୧୭ ସେପ୍ଟେମ୍ବର ୩୦ରୁ ସେ ବିହାର ରାଜ୍ୟପାଳ ଭାବେ କାର୍ଯ୍ୟ କରୁଛନ୍ତି । ଓଡ଼ିଶାର ରାଜ୍ୟପାଳ ଭାବେ ତାଙ୍କର ଅତିରିକ୍ତ ନିଯୁକ୍ତି ସଂକ୍ରାନ୍ତରେ ଗତକାଲି ରାଷ୍ଟ୍ରପତି ଭବନରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଆଜି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ନୂଆ ରାଜ୍ୟପାଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମେତ ମୁଖ୍ୟଶାସନ ସଚିବ, ପୁଲିସ ଡିଜି ପ୍ରମୁଖ ସ୍ୱାଗତ କରିଥିଲେ ।