ଭୁବନେଶ୍ୱର: ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକମାନଙ୍କ ସମସ୍ୟା ବୁଝିଛନ୍ତି ରାଜ୍ୟ ସରକାର । ନିକଟରେ ୨ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟବୀମା ଯୋଜନା କାର୍ଯ୍ୟକାରୀ କରିଥିବା ରାଜ୍ୟ ସରକାର ଆଜି ପୁଣି ଅନେକ ବଡ଼ ଯୋଜନା ଘୋଷଣା କରିଛନ୍ତି । ସବୁଠାରୁ ବଡ଼ ଯୋଜନାଟି ହେଲା କାର୍ଯ୍ୟରତ ସାମ୍ବାଦିକଙ୍କର ମୃତ୍ୟୁ ହେଲେ ତାଙ୍କ ପରିବାରକୁ ସରକାର ୪ ଲକ୍ଷ ଟଙ୍କା ସହାୟତା ଦେବେ । ସେହିଭଳି …
-
ଦୂରାରୋଗ୍ୟରେ ପୀଡ଼ିତ ସାମ୍ବାଦିକଙ୍କ ଚିକିତ୍ସା ପାଇଁ ୨ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ସହ ଅଧିକ ଅଧିକ ଅର୍ଥ ଡିଏମଇଟିଙ୍କ ଅନୁମୋଦନକ୍ରମେ ଯୋଗାଇ ଦିଆଯିବ ।
-
ସାମ୍ବାଦିକମାନେ ଘର କିଣିବା ପାଇଁ ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ କଲେ ରାଜ୍ୟ ସରକାର ୩ ପ୍ରତିଶତ ସୁଧ ସହାୟତା ଦେବେ ।
-
୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚାରି ଚକିଆ ଗାଡ଼ି କିଣିଲେ ୩ ପ୍ରତିଶତ ସୁଧ ରାଶି ସହାୟତା ଦେବେ ସରକାର ।
-
୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଦୁଇଚକିଆ ଗାଡ଼ି କ୍ରୟ ଉପରେ ୩ ପ୍ରତିଶତ ସୁଧ ସହାୟତା ମିଳିବ ।
-
ଦୁର୍ଘଟଣା କିମ୍ବା କୌଣସି ରୋଗରେ ସାମ୍ବାଦିକ ଅଚଳ ହୋଇଗଲେ ୨ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ମିଳିବ ।
-
ମୃତ ସାମ୍ବାଦିକଙ୍କ ସନ୍ତାନଙ୍କୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ମାସିକ ୧୫୦୦ ଟଙ୍କା ଏବଂ ଉଚ୍ଚଶିକ୍ଷା ପାଇଁ ମାସିକ ୨୫୦୦ ଟଙ୍କା ପଢ଼ାଖର୍ଚ୍ଚ ମିଳିବ ।
-
୨୫ ବର୍ଷରୁ ୩୫ ବର୍ଷର ସାମ୍ବାଦିକମାନେ ଟ୍ରେନିଂ ନେବାକୁ ଚାହିଁଲେ ସରକାର ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ପ୍ରଦାନ କରିବେ ।