ଭୁବନେଶ୍ୱର: ବିଜେଡ଼ି ମୁଖପାତ୍ର ସୁଲୋଚନା ଦାସ ବିଜେଡ଼ି ପାଇଁ ଏବେ ସାନି ବିପଦ ପାଲଟିଛନ୍ତି । ଅମିତ ଶାହା ଏବଂ ତାଙ୍କ ଟିମ୍ ବିଜେଡ଼ି ଉପରେ ଘନଘନ ଆକ୍ରମଣ କରୁଥିବା ବେଳେ ବିଜେଡ଼ି ତରଫରୁ ସୁଲୋଚନାଙ୍କୁ ବ୍ୟାଟିଂ ପାଇଁ ଛଡ଼ାଯିବା ଦଳ ପାଇଁ ଘାତକ ସାବ୍ୟସ୍ତ ହୋଇଛି । କଂଗ୍ରେସର ମୁଖପାତ୍ର ହୋଇ ସୁଲୋଚନା କେବଳ ଲାଭାନ୍ୱିତ ହୋଇଥିବା ବେଳେ ଏବେ ସମାନ ଅବସ୍ଥା । ଅର୍ଥାତ ସୁଲୋଚନା ମୁହଁ ଦେଖେଇ ଲାଭରେ ରହୁଥିବା ବେଳେ ସୁଲୋଚନାଙ୍କ କଥାକୁ ଦଳୀୟ କର୍ମୀ ଛାଡନ୍ତୁ, ସାଧାରଣ ଲୋକ ବି ଗ୍ରହଣ କରିବାକୁ ନାରାଜ ।
ଗ୍ରହଣ ନକରିବା ପଛରେ କାରଣ ରହିଛି । ଏଇ ସୁଲୋଚନା କହିଥିଲେ: ନବୀନ ପଟ୍ଟନାୟକ ତାଙ୍କ ସଂପତ୍ତି ତାଙ୍କ ଭଉଣୀ ପାଖରେ ରଖିଛନ୍ତି । ଏଇ ସୁଲୋଚନା କହିଥିଲେ ନବୀନ ଅପାରଗ, ବିଜେଡ଼ି ସରକାର ଭ୍ରଷ୍ଟ । ଏଇ ସୁଲୋଚନା କହିଥିଲେ ବିଜେଡ଼ି ସରକାର ହେଉଛି ନାରୀ ଉତ୍ପୀଡ଼ନରେ ପ୍ରଥମ । ଖଣି ଦୁର୍ନୀତିରେ ଲଟରପଟର । ଏଇ ସୁଲୋଚନା କହିଥିଲେ ୧୭ ବର୍ଷ ହେଲା ଲୁଟୁଛି ବିଜେଡ଼ି, ମାଫିଆମାନେ ଏ ସରକାରକୁ କଂଟ୍ରୋଲ୍ କରୁଛନ୍ତି । ଏଇ ସୁଲୋଚନା କହିଥିଲେ ମହାନଦୀ ମାମଲାରେ ନବୀନ ଶୋଇଥିଲେ । ରମଣ ସିଂ ଓ ନବୀନ ମିଶି ମହାନଦୀ ଲୁଟ୍ କରିଥିଲେ । ଏ ସରକାର ଯୋଗୁଁ ନଗଡ଼ାରେ ଶିଶୁ ମୃତ୍ୟୁ ହେଲା, ବଡ଼ମେଡିକାଲରେ ଶିଶୁ ମଲେ, ମାଲକାନାଗିରିକୁ ଶିଶୁ ମୃତ୍ୟୁର ପରୀକ୍ଷାଗାର ବୋଲି ଏଇ ସୁଲୋଚନା କହିଥିଲେ ।
ଏବେ ସେ ନିଜ ବ୍ୟକ୍ତିଗତ ଲାଭ ପାଇଁ ବିଜେଡ଼ିକୁ ଆସିଛନ୍ତି । କିନ୍ତୁ ଏହା ଦଳକୁ ଗଭୀର କ୍ଷତି ପହଞ୍ଚାଇଛି । ପବ୍ଲିକ୍ ସୁଲୋଚନାଙ୍କ କଥାକୁ ଗ୍ରହଣ କରି ପାରୁ ନାହାନ୍ତି । ବରଂ ଉଭୟ ମୁଦେଇ ଓ ମୁଦାଲା ପାଇଁ ଲଢ଼ୁଥିବା ଜଣେ ପ୍ରଫେସନାଲ୍ ବୋଲି ଧରି ନେଲେଣି । ଟିଭିକୁ ସୁଲୋଚନାଙ୍କୁ ଛାଡିଲେ, ଲୋକ ବିଜେଡ଼ି କଥା ନଶୁଣି ବିଜେପି କଥା ଶୁଣିବା ଆରମ୍ଭ କରିବା ଆଶଙ୍କା ଦୃଢ଼ ହେଲାଣି ।
Obviously ….. Public is not able to Accept it ….