ଭୁବନେଶ୍ୱର(ମିଡ-ଡ଼େ ଓଡ଼ିଶା): ସମୟର ଗତିପଥେ ଯୋଡି ହୋଇଛି ଆଉ ଏକ ବର୍ଷ । ପୁଣି ଗୁଡ଼ାଏ ଆଶା, ସ୍ୱପ୍ନ ନେଇ ଆସିଛି ଏହି ନୂଆବର୍ଷ । ବୋହି ଚାଲିଛି ଶୁଭେଚ୍ଛାର ଅସରନ୍ତି ଧାରା । ଦୁଃଖୀ ମଣିଷଟି ଭୁଲିଯାଇଛି ନିଜ ଦୁଃଖ, କଷ୍ଟ । ସବୁରିକୁ ଅତୀତ କରି ଭବିଷ୍ୟତର ସୁନେଲି ସ୍ୱପ୍ନ ଧରିଛି । ନୂଆ ସ୍ୱପ୍ନ ଓ ଆଶାରେ ମସଗୁଲ୍ ମଣିଷଟି ଉପରେ ପ୍ରଭୁ ସଦୟ ହୁଅନ୍ତୁ । ଦୁଃଖ କଷ୍ଟ ଲାଘବ କରି ବଞ୍ଚିବାର ରାହା ଦିଅନ୍ତୁ । ସମଗ୍ର ମାନବସମାଜରୁ ହିଂସା, ଦ୍ୱେଷ ଦୂର କରି ମାନବପଣିଆ ଭରି ଦିଅନ୍ତୁ । ଏହା ହିଁ ହେଉ ଖୁସି ଓ ସମୃଦ୍ଧିର ଚାବିକାଠି । ନୂଆବର୍ଷ ୨୦୧୭ରେ ଏହି କାମନା କରୁଛି “ମିଡ-ଡ଼େ ଓଡ଼ିଶା’ । ଶୁଭେଚ୍ଛୁ ଓ ପ୍ରଶଂସକମାନଙ୍କଠାରୁ ଆର୍ଶିବାଦ ଭିକ୍ଷା ସହ ସମସ୍ତଙ୍କୁ ୨୦୧୭ ନବବର୍ଷର ଅନେକ ଅନେକ ଶୁଭେଚ୍ଛା…