କୁଏତ୍ ରୁ ଫେରିଲେ ୧୬୫ ପ୍ରବାସୀ ଓଡ଼ିଆ

0
7206
ଭାରତୀୟ ପ୍ରବାସୀ ପରିଷଦ(ଓଡ଼ିଶା ସଂଘ)ର ନିଷ୍ଠାପର ଉଦ୍ୟମକୁ ପ୍ରଶଂସା
କୁଏତ/ଭୁବନେଶ୍ୱର: କରୋନା ଲକ୍ ଡାଉନ୍ ଯୋଗୁଁ କୁଏତ୍ ରେ ଫସି ରହିଥିବା ଓଡ଼ିଆମାନଙ୍କୁ ଜନ୍ମମାଟି ଫେରାଇ ଆଣିବା ଲାଗି ଭାରତୀୟ ପ୍ରବାସୀ ପରିଷଦ, ଓଡ଼ିଶା-କୁଏତ୍ ସଂଘର ଉଦ୍ୟମ ଉଦ୍ୟମ ଜାରି ରହିଛି । ୧୬୫ ପ୍ରବାସୀ ଓଡ଼ିଆଙ୍କୁ ଧରି ଆଜି ଭୁବନେଶ୍ୱରରେ ପହଞ୍ଚିଛି ଯାଜିରା ଚାଟାର୍ଡ ବିମାନ । J9 1465 KWI BBI ବିମାନଟି ଆଜି ଦିନ ୧.୩୦ ମିନିଟ୍ ରେ କୁଏତ୍ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ବାହାରି ରାତିରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଛି ।

ଏହି ପ୍ରବାସୀମାନଙ୍କୁ ଜନ୍ମମାଟି ଫେରାଇ ଆଣିବାରେ ଭାରତୀୟ ପ୍ରବାସୀ ପରିଷଦ, ଓଡ଼ିଶା-କୁଏତ୍ ସଂଘର ଉଦ୍ୟମକୁ ପ୍ରବାସୀମାନେ ପ୍ରଶଂସା କରିଛନ୍ତି । ବିଶେଷକରି ସଂଘର ସାଧାରଣ ସମ୍ପାଦକ ତଥା ଭାରତ ସେବା ଦର୍ଶନର ଅଧ୍ୟକ୍ଷ ବିଶ୍ୱରଞ୍ଜନ ସାହୁ, ଯୋଗାଯୋଗ ସଚିବ ଜିତେନ୍ଦ୍ର କୁମାର ଜେନାଙ୍କ ସମେତ କେନ୍ଦ୍ରୀୟ କାର୍ଯ୍ୟକାରିଣୀ ସଭ୍ୟମାନଙ୍କୁ ସେମାନେ ଆନ୍ତରିକ କୃତଜ୍ଞତା ଜଣାଇଛନ୍ତି । ବିଶ୍ୱରଞ୍ଜନ ସାର୍ ଙ୍କ ନିଷ୍ଠାପର ସାହାଯ୍ୟ, ସହାନୁଭୂତିକୁ ଆମେମାନେ ଭୁଲିପାରିବୁ ନାହିଁ ବୋଲି ଓଡ଼ିଶାକୁ ଫେରିଥିବା ପ୍ରବାସୀମାନେ କହିଛନ୍ତି ।
କୁଏତ୍ ରୁ ପ୍ରବାସୀ ଓଡ଼ିଆଙ୍କୁ ଫେରାଇ ଆଣିବାରେ ରାଜ୍ୟ ସରକାର, ଭାରତ ସରକାରଙ୍କ ପକ୍ଷରୁ ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର, ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ସହଯୋଗ କରିଥିବାରୁ ଶ୍ରୀ ସାହୁ, ଶ୍ରୀ ଜେନା ଓ ସଂଘର ଅନ୍ୟାନ୍ୟ କର୍ମକର୍ତ୍ତାମାନେ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here