କିମ୍‌ସରେ ଯୋଗଦେଲେ ଡା. ବିଧୁକଲ୍ୟାଣ ମହାନ୍ତି ଓ ଡା. ହେମନ୍ତ କର

0
3344
ଭୁବନେଶ୍ୱର: ବିଶିଷ୍ଟ କର୍କଟ ରୋଗ ବିଶେଷଜ୍ଞ ଡା. ବିଧୁ କଲ୍ୟାଣ ମହାନ୍ତି ଓ ବିଶିଷ୍ଟ ଚର୍ମରୋଗ ବିଶେଷଜ୍ଞ ଡା. ହେମନ୍ତ କୁମାର କର କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ୍‌ ସାଇନ୍‌ସେସ୍‌ (କିମ୍‌ସ)ରେ ଯୋଗ ଦେଇଛନ୍ତି । ଡା. ମହାନ୍ତି କିମ୍‌ସ କ୍ୟାନ୍‌ସର ସେଣ୍ଟରର ନିର୍ଦ୍ଦେଶକ ତଥା ରେଡିଏସନ୍‌ ଅଙ୍କୋଲୋଜି ବିଭାଗର ମୁଖ୍ୟ ଭାବେ ଯୋଗଦେଇଥିବା ବେଳେ ଡା କର ଚର୍ମରୋଗ ବିଭାଗର ପ୍ରଫେସର ତଥା ବିଭାଗୀୟ ମୁଖ୍ୟ ଭାବେ ଯୋଗ ଦେଇଛନ୍ତି ।
କର୍କଟ ରୋଗ ଚିକିତ୍ସା କ୍ଷେତ୍ରରେ ଡା. ମହାନ୍ତିଙ୍କର ଦୀର୍ଘ ୩୦ ବର୍ଷର ଅଭିଜ୍ଞତା ରହିଛି । ସେ କିମ୍‌ସରେ ଯୋଗଦେବା ପୂର୍ବରୁ ବାଙ୍ଗାଲୋର୍‌ସ୍ଥିତ କିଡ୍‌ୱାଇ ମେମୋରିଆଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଅଙ୍କୋଲୋଜିରେ ରେଡିଏସନ୍‌ ଅଙ୍କୋଲୋଜିଷ୍ଟ ଭାବେ କାର୍ଯ୍ୟ କରୁଥିଲେ । ସେ ମଧ୍ୟ ନୂଆଦିଲ୍ଲୀସ୍ଥିତ ଏମ୍‌ସର ରେଡିଏସନ୍‌ ଅଙ୍କୋଲୋଜି ବିଭାଗର ପ୍ରଫେସର ଭାବେ କାର୍ଯ୍ୟ କରିବା ସହ ମସ୍‌କାଟ୍‌ ରୟାଲ୍‌ ହସ୍‌ପିଟାଲ୍‌ ନ୍ୟାସ୍‌ନାଲ୍‌ ଅଙ୍କୋଲୋଜିରେ ପ୍ରଥମ କରି ରେଡିଓଥେରାପି ବିଭାଗ ଖୋଲିଥିଲେ । ଏହା ଛଡ଼ା ଗୁରଗାଁଓସ୍ଥିତ ଫଟିସ୍‌ ହସ୍‌ପିଟାଲ୍‌ ରେଡ଼ିଏସନ୍‌ ଅଙ୍କୋଲୋଜି ବିଭାଗର ନିର୍ଦ୍ଦେଶକ ଓ ମୁଖ୍ୟ ଭାବେ କାର୍ଯ୍ୟ କରିଥିଲେ ।
ସେହିପରି ଡା. କରଙ୍କର ବିଭିନ୍ନ ଜାତୀୟସ୍ତରର ସ୍ୱାସ୍ଥ୍ୟ ଅନୁଷ୍ଠାନରେ କାର୍ଯ୍ୟ କରିବାର ଦୀର୍ଘ ଅଭିଜ୍ଞତା ରହିଛି । ସେ ରାୟପୁରସ୍ଥିତ ଆଞ୍ଚଳିକ କୁଷ୍ଠରୋଗ ପ୍ରଶିକ୍ଷଣ ଓ ଗବେଷଣା ପ୍ରତିଷ୍ଠାନ, ନୂଆଦିଲ୍ଲୀସ୍ଥିତ ରାମମନୋହର ଲୋହିଆ ହସ୍‌ପିଟାଲ୍‌, ଏମ୍‌ପିଏସ୍‌ ମେଡିକାଲ୍‌ ସେଣ୍ଟର, ନ୍ୟାସ୍‌ନାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇମ୍ୟୁନୋଲୋଜିରେ କାର୍ଯ୍ୟ କରୁଥିଲେ ।

LEAVE A REPLY

Please enter your comment!
Please enter your name here