+୨ ବାଣିଜ୍ୟ ପରୀକ୍ଷାରେ କିସ୍‌ର ଶତ ପ୍ରତିଶତ ସଫଳତା

0
488
ଭୁବନେଶ୍ୱର: ଚଳିତ ବର୍ଷ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ +୨ ବାଣିଜ୍ୟ ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି । ଏଥିରେ କିସ୍‌ର ଛାତ୍ରଛାତ୍ରୀମାନେ ଶତ ପ୍ରତିଶତ ସଫଳତା ହାସଲ କରିଛନ୍ତି । ରାଜ୍ୟର ପାସ୍‌ ହାର ୭୪.୯୫ ରହିଥିବା ବେଳେ କିସ୍‌ ପାସ୍‌ ହାର ଶତ ପ୍ରତିଶତ ରହିଛି । କିସ୍‌ର ୩୫% ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୩୮ ପ୍ରତିଶତ ଛାତ୍ରଛାତ୍ରୀ ଦ୍ୱିତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ସ୍କୁଲ୍‌ର ଛାତ୍ର ସାଗର ଓରାମ ସର୍ବାଧିକ ୯୦ % ନମ୍ବର ରଖି ସ୍କୁଲ୍‌ ଟପ୍‌ପର ହୋଇଛନ୍ତି ।
ଚଳିତବର୍ଷ ୧୦ଜଣ ଜନଜାତି ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ପାସ୍‌ କରିଥିବା ବେଳେ ଜାତୀୟସ୍ତରରେ ଖେଳୁଥିବା କିସ୍‌ବିତ୍‌ମାନଙ୍କୁ +୨ ବାଣିଜ୍ୟ ପରୀକ୍ଷାରେ ବିପୁଳ ସଫଳତା ମିଳିଛି । ବର୍ଷ ତମାମ୍‌ ଏମାନେ କ୍ରୀଡ଼ାରେ ବ୍ୟସ୍ତ ରହି ମଧ୍ୟ ଶିକ୍ଷାରେ ଅତି ଉତ୍ତମ ପ୍ରଦର୍ଶନ କରିଛନ୍ତି । କିସ୍‌ର ଏହି ସଫଳତାରେ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଆନନ୍ଦ ପ୍ରକାଶ କରିବା ସହ ସମସ୍ତ ସଫଳ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଶ୍ରୀ ସାମନ୍ତ କହିଛନ୍ତି ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ନିୟମିତ ମାର୍ଗଦର୍ଶନ ଓ ଛାତ୍ରଛାତ୍ରୀଙ୍କ ଅଧ୍ୟବସାୟ ସେମାନଙ୍କୁ ସଫଳତା ଆଣି ଦେଇଛି ।

LEAVE A REPLY

Please enter your comment!
Please enter your name here