ବିଜେପି ଟିକେଟ ନେଇ ବିଜେଡ଼ିରେ ମିଶିଲେ ଭାଗିରଥୀ

1
369
ଭୁବନେଶ୍ୱର: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ ହୋଇଥିଲେ ଭାଗିରଥୀ ସେଠୀ । ବିଜେପିର ପ୍ରଥମ ୧୦୦ ଜଣିଆ ତାଲିକାରେ ଭାଗିରଥୀଙ୍କ ନାଁ ଘୋଷଣା କରାଯାଇଥିଲା । ବିଜେପି ପାର୍ଟି ଅଫିସରୁ ସେ ଟିକେଟ ନେଇ ଘରକୁ ବି ଯାଇଥିଲେ । ମାତ୍ର ସେହି ଭାଗିରଥୀଙ୍କୁ ଆଜି ଅଚାନକ ନବୀନ ନିବାସରେ ଦେଖିବାକୁ ମିଳିଲା । ବିଜେଡ଼ି ସୁପ୍ରିମୋଙ୍କୁ ଭେଟି ସେ ବିଜେଡ଼ିକୁ ଫେରି ଆସିଛନ୍ତି ।
ଏମିତି କାହିଁକି କଲେ ବୋଲି ସାମ୍ବାଦିକମାନଙ୍କ ପ୍ରଶ୍ନରେ ଭାଗିରଥୀ କହିଛନ୍ତି, ବିଜେପିର ସ୍ଥିତି ଠିକ୍ ନାହିଁ । ଦଳରେ ଅର୍ନ୍ତଦ୍ୱନ୍ଦ ପ୍ରବଳ । ସେଠି ଅଣନିଶ୍ୱାସୀ ଲାଗିଲା । ନିଜକୁ ସୁରକ୍ଷା ମଣିଲିନି । ମୁଁ ବିଜୁ ପରିବାର ଲୋକ । ପରିବାର ଛାଡ଼ି ଚାଲିଯାଇଥିଲି । ପୁଣି ମୋ ପରିବାରକୁ ଫେରିଆସିଲି । ବିଜେଡ଼ି ଟିକେଟରେ ନିର୍ବାଚନ ଲଢ଼ିବେ କି ବୋଲି ପ୍ରଶ୍ନରେ ଭାଗିରଥୀ ଚିରାଚରିତ ଉତ୍ତର ଦେଇଥିଲେ । ଦଳର ସୁପ୍ରିମୋ ଯାହା ଚାହିଁବେ ତାକୁ ମୁଁ ମାନିବି ବୋଲି କହିଥିଲେ । ଭାଗିରଥୀଙ୍କ ଏଭଳି ପଟ୍ଟପରିବର୍ତ୍ତନ ରାଜନୈତିକ ମହଲରେ କୌତୁହଳ ସୃଷ୍ଟି କରିଛି ।
ସୂଚନାଯୋଗ୍ୟ, ଭାଗିରଥୀ ସେଠି ପୂର୍ବରୁ ବିଜେଡ଼ିରେ ଥିଲେ । ୨୦୦୯ ମସିହାରେ ସେ ଆନନ୍ଦପୁର ବିଧାନସଭା ଆସନରୁ ବିଜେଡ଼ି ଟିକେଟରେ ନିର୍ବାଚନ ଲଢ଼ି ଜିତିଥିଲେ । ତେବେ ୨୦୧୪ ମସିହାରେ ବିଜେଡ଼ି ତାଙ୍କୁ ଟିକେଟ ଦେଇ ନ ଥିଲା । ସେ ଭୀଷଣ ଅସନ୍ତୁଷ୍ଟ ହୋଇପଡ଼ିଥିଲେ । ସେହିବର୍ଷ ଡିସେମ୍ବର ୭ ତାରିଖରେ ସେ ବିଜେପି ମୁଖ୍ୟ ଅଫିସରେ ଆୟୋଜିତ ଏକ ଆଡମ୍ବରପୂର୍ଣ୍ଣ ମିଶ୍ରଣ ପର୍ବରେ ବିଜେପିରେ ଯୋଗଦେଇଥିଲେ । ନରେନ୍ଦ୍ର ମୋଦୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେପିରେ ମିଶୁଥିବା କହିଥିଲେ ।

1 COMMENT

  1. leader without any concrete ideology. it is of utmost surprise that how will they serve people with such unclear conscience. God save odisha from such politicians. Long live democracy.

LEAVE A REPLY

Please enter your comment!
Please enter your name here