ଭୁବନେଶ୍ୱର: ବାଲେଶ୍ୱର ସଦର ଆସନଟି ବିଜେପିଠାରୁ ଛଡ଼ାଇ ଆଣିଛି ବିଜେଡ଼ି । ସେହିଭଳି ତିର୍ତ୍ତୋଲ୍ ଆସନକୁ ଦଳ ବଜାୟ ରଖିଛି । ଆଉ ମାତ୍ର ଦୁଇ ରାଉଣ୍ଡ ଗଣତି ବାକି ଥିବା ବେଳେ ବାଲେଶ୍ୱରରେ ବିଜେଡ଼ି ପ୍ରାର୍ଥୀ ସ୍ୱରୂପ ଦାସ ତାଙ୍କର ନିକଟତମ ବିଜେପି ପ୍ରାର୍ଥୀ ମାନସ ଦତ୍ତଙ୍କଠାରୁ ପ୍ରାୟ ୧୨ ହଜାର ଭୋଟରେ ଆଗୁଆ ଅଛନ୍ତି । ତିର୍ତ୍ତୋଲ୍ ରେ ବିଜେଡ଼ି ପ୍ରାର୍ଥୀ ବିଜୟ ଶଙ୍କର ଦାସ ତାଙ୍କର ନିକଟତମ ବିଜେପି ପ୍ରାର୍ଥୀଙ୍କୁ ୩୫ ହଜାରରୁ ଅଧିକ ଭୋଟରେ ଆଗୁଆ ଅଛନ୍ତି । ଦୁଇଟିଯାକ ଆସନରେ କଂଗ୍ରେସ ତୃତୀୟ ସ୍ଥାନରେ ରହିଛି ।
୨୩ ରାଉଣ୍ଡ ଭୋଟ ଗଣତି ଶେଷ ସୁଦ୍ଧା ବାଲେଶ୍ୱରରେ ବିଜେଡ଼ିକୁ ୮୦,୦୯୧ ଭୋଟ ମିଳିଥିବା ବେଳେ ବିଜେପିକୁ ୬୮,୧୨୨ ଭୋଟ ମିଳିଛି । କଂଗ୍ରେସକୁ ମିଳିଛି ମାତ୍ର ୪,୭୦୯ ଭୋଟ ।
ତିର୍ତ୍ତୋଲରେ ବିଜେଡ଼ି ପ୍ରାର୍ଥୀଙ୍କୁ ୭୬,୦୧୮, ବିଜେପି ପ୍ରାର୍ଥୀଙ୍କୁ ୪୦,୫୩୭ ଏବଂ କଂଗ୍ରେସ ପ୍ରାର୍ଥୀଙ୍କୁ ମିଳିଛି ୨୨,୧୫୦ ଭୋଟ ।
୨୦୧୯ ସାଧାରଣ ନିର୍ବାଚନରେ ବିଜେପି ପ୍ରାର୍ଥୀ ମଦନ ମୋହନ ଦତ୍ତ ୭୪, ୮୧୫ (୪୭.୨୬%) ଭୋଟ ପାଇଁ ବିଜୟୀ ହୋଇଥିଲେ । ବିଜେଡ଼ି ପ୍ରାର୍ଥୀ ଜୀବନ ପ୍ରଦୀପ ଦାସଙ୍କ ସପକ୍ଷରେ ପଡ଼ିଥିଲା ୬୧,୪୦୯(୩୮.୭୯%) ଭୋଟ । ମଦନ ମୋହନ ୧୩,୪୦୬ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ । କଂଗ୍ରେସର ମାନସ ରଂଜନ ଦାସପଟ୍ଟନାୟକଙ୍କୁ ମିଳିଥିଲା ୧୯,୭୦୪ (୧୨.୪୫%) ଭୋଟ ।
ତିର୍ତ୍ତୋଲରେ ବିଜେଡ଼ି ପ୍ରାର୍ଥୀ ବିଷ୍ଣୁଚରଣ ଦାସ ୯୩,୯୬୭(୫୪.୧୮%) ଭୋଟ ପାଇଥିଲା ବେଳେ ବିଜେପି ପ୍ରାର୍ଥୀ ରମାକାନ୍ତ ଭୋଇ ୫୩,୫୮୧(୩୦.୯%) ଭୋଟ ପାଇଥିଲେ । ବିଜୟୀ ବିଷ୍ଣୁ ଦାସଙ୍କ ଭୋଟ ବ୍ୟବଧାନ ଥିଲା ୪୦,୩୮୬ । କଂଗ୍ରେସର ଦେବୀ ପ୍ରସାଦ ମଲ୍ଲିକଙ୍କୁ ମିଳିଥିଲା ୨୩,୮୦୯(୧୩.୭୩%) ଭୋଟ ।