ନୂଆଦିଲ୍ଲୀ: ୫ ଟି ରାଜ୍ୟର ନିର୍ବାଚନ ଫଳାଫଳ ଆସିବାରେ ଲାଗିଛି । ସମସ୍ତଙ୍କ ମୁଖ୍ୟ ନଜରରେ ଥିବା ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ଶକ୍ତି ଆଗରେ ହାର ମାନିବାକୁ ଯାଉଛନ୍ତି ଶକ୍ତିଶାଳୀ ନରେନ୍ଦ୍ର ମୋଦି ଏବଂ ଅମିତ୍ ଶାହା । ନିର୍ବାଚନ ହୋଇଥିବା ୨୯୨ ଆସନର ଭୋଟଗଣତିରୁ ଅପରାହ୍ନ ସାଢ଼େ ୧୨ଟା ସୁଦ୍ଧା ତୃଣମୂଳ କଂଗ୍ରେସ ୨୦୨ ଆସନରେ ଆଗୁଆ ଥିବା ବେଳେ ବିଜେପି ୮୭ ଆସନରେ ଆଗୁଆ ଅଛନ୍ତି । ନନ୍ଦିଗ୍ରାମ୍ ରେ ମମତା ବାନାର୍ଜୀ ଏବଂ ଶୁଭେନ୍ଦୁ ଅଧିକାରୀଙ୍କ ମଧ୍ୟରେ କଡ଼ା ଟକ୍କର ଚାଲିଛି ।
ତାମିଲନାଡୁରେ ୨୩୪ ଆସନରୁ ଡିଏମକେ ୧୩୭ ଟି ଆସନରେ ଆଗୁଆ ଥିବା ବେଳେ ଏଆଇଏଡିଏମକେ ୯୬ ଆସନରେ ଆଗୁଆ ଅଛନ୍ତି ।
ଆସାମରେ ୧୨୬ ଆସନରୁ ବିଜେପି ମେଣ୍ଟ ୮୧ ଆସନରେ ଆଗୁଆ ଥିବା ବେଳେ କଂଗ୍ରେସ ମେଣ୍ଟ ୪୫ ଆସନରେ ଆଗୁଆ ଅଛନ୍ତି ।
କେରଳରେ ୧୪୦ ଆସନରୁ ଏଲଡିଏଫ୍ ୮୯ ଏବଂ ୟୁଡିଏଫ୍ ୪୬ ଆସନରେ ଆଗୁଆ ଅଛନ୍ତି । ବିଜେପି ୩ଟି ଆସନରେ ଆଗୁଆ ଅଛନ୍ତି ।
ପୁଡୁଚେରୀରେ ୩୦ ଆସନରୁ ବିଜେପି ମେଣ୍ଟ ୯ ଏବଂ କଂଗ୍ରେସ ମେଣ୍ଟ ୪ ଆସନରେ ଆଗୁଆ ଅଛନ୍ତି ।