ଭୁବନେଶ୍ୱର: ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇଛି । ବିଜ୍ଞାନରେ ୯୫.୧୫% ପିଲା ପାସ୍ କରିଥିବା ବେଳେ ବାଣିଜ୍ୟରେ ୯୪.୯୬% ପିଲା ପାସ୍ କରିଛନ୍ତି । କରୋନା ଯୋଗୁଁ ଚଳିତବର୍ଷ ମାଟ୍ରିକ୍ ଭଳି ଯୁକ୍ତ ଦୁଇ ପରୀକ୍ଷା ହୋଇପାରି ନ ଥିଲା । ସୁତରାଂ ବିକଳ୍ପ ମୂଲ୍ୟାୟନ ଜରିଆରେ ଛାତ୍ରଛାତ୍ରୀଙ୍କ ରେଜଲ୍ଟ ପ୍ରକାଶ କରାଯାଇଛି ।
ବିଜ୍ଞାନରେ ସମୁଦାୟ ୮୯, ୯୫୧ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ପ୍ରଥମ ଶ୍ରେଣୀରେ ୫୫, ୪୬୮ ପାସ୍ କରିଥିବା ବେଳେ ଦ୍ୱିତୀୟ ଶ୍ରେଣୀରେ ୧୬,୯୪୩ ଏବଂ ତୃତୀୟ ଶ୍ରେଣୀରେ ୧୪,୬୩୧ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ରେଗୁଲାର ପାସ୍ ହାର ୯୯.୮୮% ଏବଂ ଏକ୍ସ ରେଗୁଲାର ପାସ୍ ହାର ରହିଛି ୭୧.୨୭% ।
ସେହିଭଳି ବାଣିଜ୍ୟରେ ମୋଟ୍ ୨୩,୨୯୨ ଜଣ ପାସ୍ କରିଛନ୍ତି । ପ୍ରଥମ ଶ୍ରେଣୀରେ ୮,୩୫୫, ଦ୍ୱିତୀୟ ଶ୍ରେଣୀରେ ୫,୬୯୨ ଏବଂ ତୃତୀୟ ଶ୍ରେଣୀରେ ୯,୦୬୬ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ରେଗୁଲାର ପାସ୍ ହାର ୯୯.୫୯% ଏବଂ ଏକ୍ସ ରେଗୁଲାର୍ ପାସ୍ ହାର ରହିଛି ୫୪.୭୮% ।
ପରୀକ୍ଷାଫଳରେ ଅସନ୍ତୁଷ୍ଟ ପିଲାମାନଙ୍କ ପାଇଁ ଅଫଲାଇନ୍ ପରୀକ୍ଷାର ସୁଯୋଗ ରହିଛି । ପରବର୍ତ୍ତୀ ସମୟରେ ପରୀକ୍ଷା ତାରିଖ ଜଣାଇ ଦିଆଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି ।