ଭୁବନେଶ୍ୱର: କୋଭିଡ ମହାମାରୀର କରାଳ ଛାୟା ଶିକ୍ଷା ବ୍ୟବସ୍ଥା ଉପରେ ଭୟଙ୍କର ପକାଇବା ସତ୍ତ୍ୱେ ନିଯୁକ୍ତି କ୍ଷେତ୍ରରେ ସଫଳତା ସାଉଁଟିଛି ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ(ସୋଆ) । ସୋଆ ପରିଚାଳିତ ଆଇଟିଇଆର୍ ୨୦୨୧ ବ୍ୟାଚ୍ ର ୮୫ ପ୍ରତିଶତ ଇଂଜିନିୟରିଂ ଛାତ୍ରଛାତ୍ରୀ ପ୍ରମୁଖ କମ୍ପାନୀଗୁଡ଼ିକରେ ନିଯୁକ୍ତି ସୁଯୋଗ ପାଇଛନ୍ତି । ବିଶ୍ୱବିଦ୍ୟାଳୟ ପକ୍ଷରୁ ଏକ ପ୍ରେସ୍ ରିଲିଜ୍ ରେ ଏହି ସୂଚନା ଦିଆଯାଇଛି ।
ପ୍ରାୟ ୩୦% ଛାତ୍ରଛାତ୍ରୀ ଡେ-ଜିରୋ ନିଯୁକ୍ତି ପ୍ରକ୍ରିୟାରେ ମାଇକ୍ରୋସଫ୍ଟ, ଆମାଜନ୍, ଫିନାଷ୍ଟ୍ରା, ରବର୍ଟ ବୋସ୍, ଡେଲ୍, ପିଡବ୍ଲୁସି, କ୍ଲାଉଡ୍ଗିନ୍, ଡେଲଏଟ୍, ଏଚ୍ପି ଆଇଏନ୍ସି, ଟେମେନସ୍, ଇନ୍ଫର୍ମାଟିକା,ଏମ୍ଏକ୍ୁ୍ୟ ସଫ୍ଟୱେୟାର୍, ଏନ୍ପିସିଆଇ, ସେଲ୍ସଫୋର୍ସ ଏବଂ ରାପୁ୍ୟଟା ରୋବୋଟିକ୍ସ ଭଳି କମ୍ପାନୀରେ ବାର୍ଷିକ ହାରାହାରି ୬.୩ ଲକ୍ଷ ଟଙ୍କାର ପ୍ୟାକେଜ୍ ରେ ନିଯୁକ୍ତି ପାଇଥିବା ବେଳେ ଏମାନଙ୍କ ମଧ୍ୟରୁ ସର୍ବାଧିକ ଆମାଜନ୍ ଭଳି କମ୍ପାନୀ ଠାରୁ ବାର୍ଷିକ ୩୦ ଲକ୍ଷ ଟଙ୍କା ପ୍ୟାକେଜ୍ ରେ ଅଫର ପାଇଛନ୍ତି । ଅଧିକାଂଶ ଛାତ୍ରଛାତ୍ରୀ ଏକାଧିକ କମ୍ପାନୀରେ ନିଯୁକ୍ତି ଅଫର ପାଇଛନ୍ତି ।
ଅନ୍ୟ ୫୫ % ଛାତ୍ରଛାତ୍ରୀ ପ୍ରତିଷ୍ଠିତ ଏନଏମସି କମ୍ପାନୀ ଏବଂ ଡେ-ୱାନ୍ ଏବଂ ଡେ-ଟୁ ନିଯୁକ୍ତିଦାତା ଇନ୍ଫୋସିସ୍, ୱିପ୍ରୋ, କଗ୍ନିଜାଂଟ, କେପ୍ଜେମିନି, ଡିଏକ୍ସସି, ହେକ୍ସାୱେର୍, ଏଚ୍ସିଏଲ୍, ଏନ୍ଆଇଆଇଟି ଟେକ୍ନୋଲୋଜିସ୍, ଏଲ୍ ଆଣ୍ଡ ଟି ଟେକ୍ନୋଲୋଜିସ୍, ଇନ୍ଫୋଗେନ୍, ଟୁଡିପ ଟେକ୍ନୋଲୋଜିସ୍, ଭି-କନ୍ଷ୍ଟ୍ରକ୍ଟ, ଏନ୍ସିସି, ଗ୍ଳୋବାଲ୍ ଏଜ୍ ଏବଂ ଅନ୍ୟାନ୍ୟ ବିଭିନ୍ନ କମ୍ପାନୀରୁ ନିଯୁକ୍ତ ଅଫର ପାଇଛନ୍ତି ।
ଏହା ବ୍ୟତୀତ ଖ୍ୟାତି ସମ୍ପନ୍ନ ଡିଜିଟାଲ୍ ମାର୍କେଟିଂ କର୍ପୋରେଟ୍ ମିଡିଆମିଂଟ୍ ମଧ୍ୟ ଏମ୍ଓୟୁ ମାଧ୍ୟମରେ ସୋଆର ପ୍ରତିଭାବାନ୍ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ଦେବା ପାଇଁ ଆଗ୍ରହ ପ୍ରକାଶ କରିଛି ।
ଚଳିତ ବର୍ଷ ଆଇଟିଇଆର୍ର କ୍ୟାମ୍ପସ୍ ନିଯୁକ୍ତି ପ୍ରକ୍ରିୟାରେ ୯୦ ରୁ ଅଧିକ କମ୍ପାନୀ ଭାଗ ନେଇଥିଲେ ।
ଏହା ବ୍ୟତୀତ ସୋଆର ଛାତ୍ରଛାତ୍ରୀମାନଙ୍କର ପ୍ରଦର୍ଶନକୁ ଦୃଷ୍ଟିରେ ରଖି ଅନେକ ପ୍ରତିଷ୍ଠିତ କର୍ପୋରେଟ୍ ସୋଆ କ୍ୟାମ୍ପସ୍ ରେ ସେମାନଙ୍କର ହବ୍ ପ୍ରତିଷ୍ଠା କରିବା ନିମନ୍ତେ ଆଗ୍ରହ ପ୍ରକାଶ କରିଛନ୍ତି । ଏହା ଦ୍ୱାରା ଛାତ୍ରଛାତ୍ରୀମାନଙ୍କୁ ଆଗାମୀ ଦିନରେ ଇଣ୍ଡଷ୍ଟି୍ରରେ ଅଧିକ ସୁଯୋଗ ମିଳିବ ବୋଲି ଆଶା କରାଯାଉଛି । କୋଡିଙ୍ଗ, ଟେକ୍ନୋଲୋଜି, ସଫ୍ଟ ସ୍କିଲ, ଆପ୍ଟିଟୁ୍ୟଡ୍ ଏବଂ କାଉନ୍ସେଲିଂ କ୍ଷେତ୍ରରେ ଉକ୍ରୃଷ୍ଟ ଧରଣର ଟ୍ରେନିଂ କାର୍ଯ୍ୟକ୍ରମ ଯୋଗେ ସୋଆର ଛାତ୍ରଛାତ୍ରୀମାନେ ସେମାନଙ୍କ ଲକ୍ଷ୍ୟ ହାସଲ କରିବାରେ ଏବଂ ନିଜର ଶିକ୍ଷା ଏବଂ ପାରଦର୍ଶିତାକୁ ଉଚ୍ଚ ସ୍ତରକୁ ନେବାରେ ସଫଳ ହେବେ ବୋଲି କୁହାଯାଇଛି ।