ଭୁବନେଶ୍ୱର: ଏସିଏଫ୍ ସୌମ୍ୟ ମହାପାତ୍ର ମୃତ୍ୟୁ(?) ର ତଦନ୍ତ କରୁଥିବା ପାରଳାଖେମୁଣ୍ଡି ପୁଲିସ ଉପରେ ଏବେ ସମସ୍ତଙ୍କର ସନ୍ଦେହ । କେତେବଳେ ପାରଳାଖେମୁଣ୍ଡି ପୁଲିସ ବଲାଙ୍ଗୀର ଧାଇଁଲାଣି ତ କେତେବେଳେ କପ୍ତିପଦା । କେତେବେଳେ ଘର ଚାରିପାଖ ଲୋକଙ୍କୁ କୁଆଡେ ପଚାରିଲାଣି ତ କେତେବେଳେ ମମତା ପଣ୍ଡାଙ୍କର ମାନବିକତା ଥିଓରିକୁ ବିଶ୍ୱାସ କଲାଣି । ଘଟଣାର ମୂଳ ବିନ୍ଦୁ ଉପରୁ ନଜର ହଟାଇ ଦେଇଛି ପାରଳାଖେମୁଣ୍ଡି ପୁଲିସ କିମ୍ବା ଜାଣି ଜାଣି ତଦନ୍ତ କରୁ ନାହିଁ ବୋଲି ଗୋଟିଏ ମହଲ ବିଶ୍ୱାସ କରୁଛନ୍ତି ।
ସୌମ୍ୟଙ୍କ ମୃତ୍ୟୁର ଦୁଇ ଦିନ ପରେ ତାଙ୍କ ଡାଏରୀରୁ ଏକ ଲେଖା ବାହାରିଥିଲା ଯେଉଁଥିରେ ସେ ଲେଖିଛନ୍ତି: ୧୨ରୁ ୧୫ ହେଉଛି କଳାଦିନ । ଏ କଳାଦିନ କେମିତି କଟିବ?
ଏ ଲେଖାଟି ବା ୧୨ରୁ ୧୫ ତାରିଖ ଏଇଥିପାଇଁ ଘଟଣାର ମୂଳବିନ୍ଦୁ ଯେ ସମାନ କଥା ବିଦ୍ୟା ଭାରତୀ ଏକ ଗୋଲାପି କାଗଜରେ ଲେଖିଛନ୍ତି । କିନ୍ତୁ ଭାଷା ଭିନ୍ନ । ସେ ଲେଖିଛନ୍ତି, “ ଏ ୧୨ରୁ ୧୫ କେମିତି କଟିବ ଜାଣି ପାରୁ ନାହିଁ । ୧୫ ପରେ ଯାଇ ଶାନ୍ତି ପାଇବି ।” ଏ ଚିଠି ଦୁଇଟି ଗଣମାଧ୍ୟମରେ ବାରମ୍ବାର ପ୍ରକାଶିତ ହୋଇଛି ।
ତେବେ ଏ ୧୨ ତାରିଖରୁ ୧୫ ତାରିଖ ବିଷୟରେ ଉଭୟ ସ୍ୱାମୀ ସ୍ତ୍ରୀ ନିଶ୍ଚିତ ଭାବରେ ଅବଗତ ଅଛନ୍ତି । ଏହା ଜଣେ ଗଣ୍ଡମୂର୍ଖ ବି କହି ପାରିବ । ନହେଲେ ଉଭୟ ସ୍ୱାମୀ ସ୍ତ୍ରୀ ସମାନ ତାରିଖ ବିଷୟରେ ଅଲଗା ଅଲଗା ଲେଖି ନଥା’ନ୍ତେ!!!
ଆସନ୍ତୁ ଜାଣିବା ଏ ୧୨ରୁ ୧୫ ଭିତରେ ପ୍ରକୃତରେ ଘଟିଲା କ’ଣ???
୧୨ ତାରିଖ ଦିନ ସୌମ୍ୟଙ୍କ ଦେହରେ ନିଆଁ ଲାଗିଲା ।
୧୩ ତାରିଖ ଦିନ ସେ କଟକ ଏସସିବିରେ ମୃତ୍ୟୁ ବରଣ କଲେ ।
୧୪ ତାରିଖ ଦିନ ତାଙ୍କର ଶିମିଳିପାଳ ବଦଳି ପାଇଁ ସେ ହେଡ୍ କ୍ୱାଟର୍ସ ଛାଡିଥା’ନ୍ତେ ।
୧୫ ତାରିଖ ଦିନ ସୌମ୍ୟଙ୍କ ପତ୍ନୀ ତାଙ୍କ ବାପ ଘରେ ଆଉ ସୌମ୍ୟ ସ୍ୱର୍ଗପୁରରେ!!!
ସୁତରାଂ, ଏ ଚିଠି ଦୁଇଟିରେ ହିଁ ସଂପୂର୍ଣ ଘଟଣାର ରହସ୍ୟ ଲୁଚି ରହିଥିବା କୁହାଯାଉଛି ।
ମାତ୍ର ଏ ଯାଏଁଁ ପୁଲିସ ଏ ମୂଳ ବିନ୍ଦୁ ଉପରେ ସାମାନ୍ୟ ତଦନ୍ତ ବି କରି ନାହିଁ । ଏ ଲେଖା ଉପରେ ବିଦ୍ୟାଭାରତୀଙ୍କୁ ସାମାନ୍ୟ ପଚରା ଉଚୁରା ବି କରି ନାହିଁ । ଏତେ ବଡ଼ ଗୁରୁତ୍ୱପୂର୍ଣ ପଏଂଟକୁ କେମିତି ପାରଳାଖେମୁଣ୍ଡି ପୁଲିସ ଛାଡି ଯାଉଛି ବୋଲି ପ୍ରଶ୍ନ ହେଉଛି । ମୃତ୍ୟୃୁର ୧୫ ଦିନ ଭିତରେ ବି ଏ ଗୁରୁତ୍ୱପୂର୍ଣ କଥାର ଉତର ମିଳୁନି କାହିଁକି।