ବିଜେଡ଼ିରେ ୧୫ ବରିଷ୍ଠ ସାଧାରଣ ସମ୍ପାଦକ

0
9040

ଭୁବନେଶ୍ୱର: ବିଜୁ ଜନତା ଦଳର ସାଂଗଠନିକ ପୁନର୍ବିନ୍ୟାସର ଦ୍ୱିତୀୟ ପର୍ଯ୍ୟାୟରେ ଆଜି ୧୫ ଜଣ ବରିଷ୍ଠ ସାଧାରଣ ସମ୍ପାଦକଙ୍କୁ ନିଯୁକ୍ତି ନିଆଯାଇଛି । ୪ ମନ୍ତ୍ରୀ, ୬ ବିଧାୟକ, ଜଣେ ସାଂସଦ, ୨ ପୂର୍ବତନ ସାଂସଦ, ଜଣେ ପୂର୍ବତନ ବିଧାୟକ ଏବଂ ଜଣେ ମହିଳାଙ୍କ ନେତ୍ରୀଙ୍କୁ ସାଧାରଣ ସମ୍ପାଦକ ଭାବେ ବିଭିନ୍ନ ବ୍ୟାପାର ଦାୟିତ୍ୱ ଦିଆଯାଇଛି ।

ଡକ୍ଟର ନୃସିଂହ ଚରଣ ସାହୁଙ୍କୁ ଆଞ୍ଚଳିକ ଉନ୍ନୟନ ବିଭାଗର ବରିଷ୍ଠ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ଦିଆ ଯାଇଥିବା ବେଳେ ସମାଜ ମଙ୍ଗଳ ବିଭାଗରେ ଅଶୋକ ପଣ୍ଡା, କଳିକେଶ ନାରାୟଣ ସିଂହଦେଓ ଏବଂ ପ୍ରୀତିରଞ୍ଜନ ଘଡ଼ାଇଙ୍କୁ ନିଯୁକ୍ତି ଦିଆଯାଇଛି । ସେହିଭଳି କଳା, ସଂସ୍କୃତି ଓ ମାନବ ସମ୍ବଳ ବିକାଶ ପାଇଁ ଡକ୍ଟର ଅରୁଣ ସାହୁ ଏବଂ ରୋହିତ ପୂଜାରୀଙ୍କୁ ନିଯୁକ୍ତ କରାଯାଇଛି । ବରିଷ୍ଠ ସାଧାରଣ ସମ୍ପାଦକ ଭାବେ ‘ଓଡ଼ିଶା ମୋ ପରିବାର’ କଥା ବୁଝିବେ ଅତନୁ ସବ୍ୟସାଚୀ ନାୟକ । ପରିବେଶ ବିଭାଗ ପାଇଁ ରବି ନାରାୟଣ ନନ୍ଦ ଏବଂ ରାଜେନ୍ଦ୍ର ପ୍ରସାଦ ଢୋଲକିଆ ବରିଷ୍ଠ ସାଧାରଣ ସମ୍ପାଦକ ଭାବେ ଦାୟିତ୍ୱ ତୁଲାଇବେ । ସଶକ୍ତ ଓଡ଼ିଶାର ବରିଷ୍ଠ ସାଧାରଣ ସମ୍ପାଦକ ଭାବେ ପ୍ରତାପ ଜେନାନବକିଶୋର ଦାସଙ୍କୁ ନିଯୁକ୍ତି ମିଳିଛି । ଆଦିବାସୀ ଉନ୍ନୟନ ଓ ସଂଖ୍ୟାଲଘୁ ବ୍ୟାପାର କଥା ବୁଝିବେ ରମେଶ ଚନ୍ଦ୍ର ମାଝୀସରୋଜିନୀ ହେମ୍ବ୍ରମ୍ସୁମିତ୍ରା ଜେନାଙ୍କୁ ମହିଳା ସଶକ୍ତୀକରଣର ବରିଷ୍ଠ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ କରାଯାଇଥିବା ବେଳେ ଶଶୀଭୂଷଣ ବେହେରାଙ୍କୁ ମହିଳା ସଶକ୍ତୀକରଣ ସହ ଅନୁସୂଚିତ ଜାତି ବିଭାଗ ଦାୟିତ୍ୱ ଦିଆଯାଇଛି । 

ଦଳ ପକ୍ଷରୁ ଗଣମାଧ୍ୟମ ବ୍ୟାପାର ବିଭାଗର ସାଧାରଣ ସମ୍ପାଦକ ମାନସ ମଙ୍ଗରାଜଙ୍କ ଦସ୍ତଖତ ସମ୍ବଳିତ ଏହି ବିଜ୍ଞପ୍ତି ଜାରି କରାଯାଇଛି ।

LEAVE A REPLY

Please enter your comment!
Please enter your name here