୫୭୭ ନୂଆ ପଜିଟିଭ୍, ଆଉ ୪ ଆଖି ବୁଜିଲେ

0
48
ଭୁୁବନେଶ୍ୱର: ପୁଣି ୫୭୭ କରୋନା ପଜିଟିଭ୍ । ଗତ ୨୪ ଘଣ୍ଟା ମଧ୍ୟରେ ୨୨ ଜିଲ୍ଲାରୁ ଏହି ନୂଆ ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୧୬୧ ଜଣ ଲୋକାଲ୍ କଣ୍ଟାକ୍ଟସ୍ ବା ସ୍ଥାନୀୟ ଅଞ୍ଚଳରୁ ସଂକ୍ରମିତ ହୋଇଛନ୍ତି । ଆକ୍ରାନ୍ତ ତାଲିକାର ଶୀର୍ଷରେ ଥିବା ଗଞ୍ଜାମ ଜିଲ୍ଲାର ରେକର୍ଡ ଜାରି ରହିଛି । ଆଜି ଜିଲ୍ଲାରୁ ବାହାରିଛନ୍ତି ୨୬୦ ନୂଆ ଆକ୍ରାନ୍ତ ।
ସେପଟେ କରୋନା ମୃତ୍ୟୁର ଧାରା ବି ଜାରି ରହିଛି । ଗଞ୍ଜାମ ଜିଲ୍ଲାରେ ଜଣେ ମହିଳା ଓ ଦୁଇ ପୁରୁଷ ଏହିଭଳି ଆଉ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରଥମ ଥର ପାଇଁ ଭଦ୍ରକ ଜିଲ୍ଲାରୁ ଜଣଙ୍କର ଜୀବନ ନେଇଛି କରୋନା । ଫଳରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୫୨କୁ ବୃଦ୍ଧି ପାଇଛି ।
ଆଜି କେଉଁ ଜିଲ୍ଲାରୁ କେତେ
ଅନୁଗୁଳ-, ବାଲେଶ୍ୱର ୩୦, ଭଦ୍ରକ-, ବୌଦ୍ଧ-, କଟକ-୧୪, ଢ଼େଙ୍କାନାଳ-, ଗଜପତି-୧୭, ଗଞ୍ଜାମ-୨୬୦, ଜଗତସିଂହପୁର-, ଯାଜପୁର-, ଝାରସୁଗୁଡ଼ା-, କନ୍ଧମାଳ-, କେନ୍ଦ୍ରାପଡ଼ା-, କେନ୍ଦୁଝର-୪୮, ଖୋର୍ଦ୍ଧା-୫୬, କୋରାପୁଟ-, ମାଲକାନଗିରି-, ମୟୁରଭଂଜ-୧୪, ନୟାଗଡ଼-, ପୁରୀ-, ସମ୍ବଲପୁର –, ସୁନ୍ଦରଗଡ଼-୮୩
ରାଜ୍ୟରୁ ଏବେ ସୁଦ୍ଧା ୧୧, ୨୦୧  କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୭,୦୦୬ ଜଣ ସୁସ୍ଥ ହେଲେଣି । ଆକ୍ଟିଭ୍ କେସ୍ ରହିଛି ୪୧୨୮ ।

LEAVE A REPLY

Please enter your comment!
Please enter your name here