କରୋନା ମୃତକଙ୍କ ପିଲାଙ୍କୁ କିଟ୍‌ ରେ ନାମଲେଖା ପ୍ରକ୍ରିୟା ଆରମ୍ଭ

0
1079
ଭୁବନେଶ୍ୱର: ଓଡ଼ିଶାରେ କୋଭିଡ୍‌ରେ ମୃତ୍ୟୁ ଘଟିଥିବା ବ୍ୟକ୍ତିଙ୍କ ପିଲାଙ୍କୁ କିଟ୍‌ରେ ବିନାଦେୟରେ ପାଠ ପଢ଼ିବା ପାଇଁ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଘୋଷଣା ପରିପ୍ରେକ୍ଷୀରେ କିଟ୍‌ ପକ୍ଷରୁ ଆବେଦନ ପ୍ରକ୍ରିୟା ଆରମ୍ଭ କରାଯାଇଛି । କିଟ୍‌ ୱେବ୍‌ ସାଇଟ୍‌ରେ ଏହାର ସବିଶେଷ ତଥ୍ୟ ରଖାଯାଇଛି । ୱେବ୍‌ ସାଇଟ୍‌ରେ ଉପଲବ୍‌ଧ ଲିଙ୍କ ଆଧାରରେ ଆବେଦନ କଲେ କିଟ୍‌ କର୍ତ୍ତୃପକ୍ଷ ପ୍ରାର୍ଥୀଙ୍କୁ ଡାକି ନାମ ଲେଖାଇବାର ସୁବନ୍ଦୋବସ୍ତ କରାଯିବ ।
କରୋନା ମୃତକଙ୍କ ପରିବାରର ପୁଅ ବା ଝିଅ କିଟ୍‌ରେ ବୈଷୟିକ ଉଚ୍ଚଶିକ୍ଷା ପାଇଁ ଯଦି ଆଗ୍ରହୀ ଥାଆନ୍ତି, ତେବେ ସେମାନଙ୍କ ନାମଲେଖା ଯୋଗ୍ୟତା ଅନୁସାରେ ସେମାନଙ୍କୁ କିଟ୍‌ ବିଶ୍ୱବିଦ୍ୟାଳୟର ଯେ କୌଣସି ବୈଷୟିକ (ଟେକ୍‌ନିକାଲ) ଓ ବୃତ୍ତିଗତ (ପ୍ରଫେସନାଲ୍‌) ପାଠ୍ୟକ୍ରମରେ ସଂପୂର୍ଣ୍ଣ ମାଗଣାରେ ପଢ଼ିବାର ସୁଯୋଗ ଦିଆଯିବ ।
ଅଗଷ୍ଟ ୧୦ ତାରିଖରୁ ୩୧ ତାରିଖ ମଧ୍ୟରେ କିଟ୍‌ ୱେବ୍‌ ସାଇଟ୍‌ରେ ଉପଲବ୍‌ଧ ଫର୍ମ ପୂରଣ କରି ଦାଖଲ କଲେ ସେହି ଅନୁସାରେ କିଟ୍‌ କର୍ତ୍ତୃପକ୍ଷ ସେହି ପିଲାମାନଙ୍କ ନାମ ଲେଖାଇବା ପାଇଁ ବନ୍ଦୋବସ୍ତ କରାଯିବ ବୋଲି କିଟ୍‌ ବିଶ୍ୱବିଦ୍ୟାଳୟ କୁଳସଚିବଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here