ନେଲ୍‌ପଲିସ୍‌ ଲଗାଇଲେ ହୋଇପାରେ କ୍ୟାନସର୍‌ !

0
8561
ସୁନ୍ଦରୀ ଦେଖାଯିବାକୁ ସବୁ ଝିଅ ପସନ୍ଦ କରନ୍ତି। କିଏ ସଜେଇ ହୋଇ ଡ୍ରେସ୍‌ ପିନ୍ଧେତ ପୁଣି କିଏ ବିଭିନ୍ନ କସ୍‌ମେଟିକ୍‌ ଲଗାଇ। ତାଳୁଠୁ ତଳିପା ଯାଏଁ ସଜେଇ ହୋଇ ସୁନ୍ଦରୀ ଦିଶିବାକୁ ସବୁ ଝିଅ ଚାହାନ୍ତି। ଆଉ ନାରୀମାନଙ୍କ ଏଇ ପ୍ରସାଧାନ ସାଗ୍ରୀ ଭିତରେ ରହିଛି ନେଲ୍‌ପଲିସ୍‌। ନଖ ସଜାଇବା ତଥା ରାଙ୍ଗୀନ୍‌ କରିବାକୁ ଝିଅମାନେ ବଜାରରେ ବିଭିନ୍ନ ବ୍ରାଣ୍ଡର ନେଲ୍‌ପଲିସ୍‌ କିଣି ଆଣନ୍ତି।
ଆଜିକାଲି ଝିଅମାନଙ୍କ ନଖରେ ନେଲ୍‌ପଲିସ୍‌ ଲଗାଇ ଏହା ଉପରେ ପେଣ୍ଟ୍‌ କରିବା ଏକ ଫ୍ୟାଶନ୍‌ରେ ପରିଣତ ହୋଇଛି। ଆପଣ ବି ଯଦି ଏପରି କରୁଛନ୍ତି, ତେବେ ଜାଣିରଖନ୍ତୁ ନେଲ୍‌ପଲିସ୍‌ ଓ ପେଣ୍ଟ୍‌ କରିବା ଆପଣଙ୍କ ପାଇଁ ବିପଦ ହୋଇପାରେ।
ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ନେଲ୍‌ପଲିସ୍‌ କର୍କଟ ରୋଗର କାରଣ ହୋଇପାରେ। ଆପଣ ଜାଣି ଆଶ୍ଚର୍ୟ୍ୟ ହେବେ ଯେ, ନେଲ୍‌ପଲିସ୍‌ରେ ଟ୍ରିଫେନଲ୍‌ ଫସ୍‌ଫେଟ୍‌ ନାମକ ଏକ ବିଷାକ୍ତ ପଦାର୍ଥ ରହିଛି।
ତେବେ ଆସନ୍ତୁ ଜାଣିବା କିପରି ନେଲ୍‌ପଲିସ୍‌ରେ ଥିବା ରାସାୟନିକ ପଦାର୍ଥଗୁଡ଼ିକ ଆପଣଙ୍କର କ’ଣ କ୍ଷତି କରିପାରେ।
ଏକ ଗବେଷଣାରୁ ଜଣାଯାଇଛି ନେଲ୍‌ ପେଣ୍ଟରେ ଟାଲଇନ୍‌ ନାମକ ଏକ ରାସାୟନିକ ପଦାର୍ଥ ମିଶାଯାଇଥାଏ। ଏହା ନଖ ସଂସ୍ପର୍ଶରେ ଆସିବା ପରେ ଶରୀରର ଅନ୍ୟ କୋଷଗୁଡିକ ସଂସ୍ପର୍ଶରେ ବି ଆସିଯାଏ, ଯାହାର ପରିଣାମ ସ୍ୱରୂପ କେମିକାଲ୍‌ ନର୍ଭସ ସିଷ୍ଟମ୍‌ ମଧ୍ୟ ପ୍ରଭାବିତ ହୋଇଥାଏ।
ଆହୁରି ମଧ୍ୟ ନେଲ୍‌ପଲିସ୍‌ରେ ପଂଥାଲେଟ୍‌ସ ନାମକ ଅନ୍ୟ ଏକ ତୈଳାକ୍ତ ରାସାୟନିକ ପଦାର୍ଥ ରହିଛି,ଯାହା ଆଖି ଓ ମୁହଁର ସଂସ୍ପର୍ଶରେ ଆସିଲେ ସଂକ୍ରମଣ ହେବାର ଆଶଙ୍କା ବଢିଯାଏ। ଏହା ଫଳରେ ନାକ ଓ ଗଳାରେ ସଂକ୍ରମଣ ହେବାର ବି ଆଶଙ୍କା ରହିଛି। ନେଲପଲିସରେ ନ୍ୟୁରୋ ଟକ୍‌ସିନ୍‌ ଭଳି ବିଷାକ୍ତ ପଦାର୍ଥ ମିଶା ଯାଇଥାଏ,ଯାହା ସିଧାସଳଖ ମସ୍ତିଷ୍କ ଉପରେ କୁପ୍ରଭାବ ପକାଇଥାଏ।

LEAVE A REPLY

Please enter your comment!
Please enter your name here